ସୋମାଲିଆ: ହୋଟେଲ ଉପରେ ଆତଙ୍କବାଦୀ ଆକ୍ରମଣ, ୧୦ ମୃତ | News Room Odisha

ସୋମାଲିଆ: ହୋଟେଲ ଉପରେ ଆତଙ୍କବାଦୀ ଆକ୍ରମଣ, ୧୦ ମୃତ

ମୋଗାଦିଶୁ: ସୋମାଲିଆର ରାଜଧାନୀ ମୋଗାଦିଶୁର ଏକ ହୋଟେଲ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ 9 ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଆତଙ୍କବାଦୀ ଓ ସୁରକ୍ଷା ବାହିନୀ ସହ ଗୁଳି ବିନିମୟ ଜାରି ରହିଥିବା ଜଣାପଡିଛି ।

ମୋଗାଦିଶୁରୁ ହୟାତ୍ ହୋଟେଲରେ ଆତଙ୍କବାଦୀମାନେ ପଶି ଉପସ୍ଥିତ ଲୋକଙ୍କ ଉପରକୁ ହଠାତ୍ ଗୁଳିମାଡ଼ କରିବା ସହ ଦୁଇଟି କାର ବିସ୍ଫୋରଣ କରିଥିଲେ। ଏହି ଆକ୍ରମଣ ପାଇଁ ଅଲ-ଳ କାଏଦା ସହ ଜଡ଼ିତ ଅଲ-ଶବାବ ଗୋଷ୍ଠୀ ନିଜକୁ ଦାୟୀ କରିଛି।

ସୁରକ୍ଷା ଅଧିକାରୀ କହିଛନ୍ତି ଯେ ଆତଙ୍କବାଦୀମାନେ ହୋଟେଲ ହୟାତ ଭିତରେ ଅଛନ୍ତି ଏବଂ ସୁରକ୍ଷା ବାହିନୀ ସହ ଏନକାଉଣ୍ଟର ଚାଲିଛି। ହୋଟେଲ ହୟାତ୍ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ପରେ ଅଲ୍ ଶବାବ୍ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏହି ବନ୍ଧୁକଧାରୀମାନେ ହୟାତ୍ ହୋଟେଲରେ ପ୍ରବେଶ କରିବାର ପ୍ରାୟ ଏକ ମିନିଟ୍ ପୂର୍ବରୁ ଏକ ବଡ଼ ବିସ୍ଫୋରଣ ହୋଇଥିଲା |