ମହାରାଷ୍ଟ୍ରରେ ୧୦ ମନ୍ତ୍ରୀ, ୨୦ ବିଧାୟକ କରୋନା ପଜିଟିଭ୍ | News Room Odisha

ମହାରାଷ୍ଟ୍ରରେ ୧୦ ମନ୍ତ୍ରୀ, ୨୦ ବିଧାୟକ କରୋନା ପଜିଟିଭ୍

ମୁମ୍ବାଇ: ମୁମ୍ବାଇ ସମେତ ସମଗ୍ର ମହାରାଷ୍ଟ୍ରରେ ଓମିକ୍ରନ୍ ଏବଂ କରୋନାର ଅନ୍ୟ ଷ୍ଟ୍ରେନ୍ ଜନିତ ସଂକ୍ରମଣ କ୍ରମାଗତ ବୃଦ୍ଧି ପାଉଛି | ମହାରାଷ୍ଟ୍ରର ଅନେକ ମନ୍ତ୍ରୀ ଏବଂ ବିଧାୟକ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ରାଜ୍ୟ ଡେପୁଟି ମୁଖ୍ୟମନ୍ତ୍ରୀ ଅଜିତ ପାୱାର ସୂଚନା ଦେଇ

କହିଛନ୍ତି ଯେ ରାଜ୍ୟର ୧୦ ଜଣ ମନ୍ତ୍ରୀ ଏବଂ ୨୦ ଜଣ ବିଧାୟକ କରୋନା ପଜିଟିଭ୍ ହୋଇଛନ୍ତି। ରାଜ୍ୟରେ ଏପର୍ଯ୍ୟନ୍ତ ୪୫୪ ଜଣ ଲୋକ ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି। ଲୋକଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଟାସ୍କଫୋର୍ସ ସହିତ ନିୟମିତ ବୈଠକ ଅନୁଷ୍ଠିତ ହେଉଛି |

ମହାରାଷ୍ଟ୍ରରେ ୧୦ ଜଣ ମନ୍ତ୍ରୀ ଏବଂ ୨୦ ଜଣ ବିଧାୟକ କରୋନାରେ ସଂକ୍ରମିତ ହୋଇଛନ୍ତି। କରୋନାରେ ସଂକ୍ରମିତ ହୋଇଥିବା କେତେକ ମନ୍ତ୍ରୀ/ ବିଧାୟକଙ୍କ ମଧ୍ୟରେ
ବାଲାସାହେବ ଥୋରାଟ(ମନ୍ତ୍ରୀ), ବର୍ଷା ଗାଏକଓ୍ବାଡ(ମନ୍ତ୍ରୀ), କେସି ପାଦଭି(ମନ୍ତ୍ରୀ), ପ୍ରଜକ୍ତ ତାନପୁରେ(ମନ୍ତ୍ରୀ),ଯଶୋମତି ଠାକୁର(ମନ୍ତ୍ରୀ), ସାଗର ମେଗେ (ବିଧାୟକ), ରାଧାକୃଷ୍ଣ ବିକାଶ ପାଟିଲ(ବିଧାୟକ), ଶେଖର ନିକାମ(ବିଧାୟକ), ଇନ୍ଦ୍ରାନିଲ ନାୟକ(ବିଧାୟକ), ଚନ୍ଦ୍ରକାନ୍ତ ପାଟିଲ (ବିଧାୟକ), ମାଧୁରୀ ମିସାଲ (ବିଧାୟକ) ଅଛନ୍ତି ।

ମହାରାଷ୍ଟ୍ରର ସ୍ୱାସ୍ଥ୍ୟ ସଚିବ ପ୍ରଦୀପ ବ୍ୟାସ ବିଭାଗୀୟ କମିଶନର ତଥା କଲେକ୍ଟରଙ୍କୁ ଲେଖିଥିବା ଚିଠିରେ କରୋନାର ତୃତୀୟ ଲହରକୁ ହାଲୁକା ଭାବେ ନ ନେବାକୁ ପରାମର୍ଶ ଦେଇଛନ୍ତି। ସ୍ୱାସ୍ଥ୍ୟ ସଚିବ ତାଙ୍କ ଚିଠିରେ ଚେତାବନୀ ଦେଇ କହିଛନ୍ତି ଯେ କୋଭିଡ-୧୯ ମାମଲାର ଜେନୋମିକ୍ ସିକ୍ୱେନ୍ସିଂ କରାଯାଉଛି। ସେଥିମଧ୍ୟରୁ ୭୦ ପ୍ରତିଶତ ମାମଲା ଡେଲଟା ଭାରିଆଣ୍ଟ ବୋଲି ଜଣାଯାଇଛି । ଗତ ଦୁଇ ସପ୍ତାହ ମଧ୍ୟରେ, ମହାରାଷ୍ଟ୍ରରେ କରୋନା ରୋଗର ସକ୍ରିୟ ମାମଲା ପ୍ରାୟ ଦୁଇଗୁଣ ବଢ଼ିଛି |