ଆଜି ପ୍ରସାରଣ ହେବ 'ମନ୍ କି ବାତ୍'ର ୧୦୦ତମ ଅଧ୍ୟାୟ | News Room Odisha

ଆଜି ପ୍ରସାରଣ ହେବ ‘ମନ୍ କି ବାତ୍’ର ୧୦୦ତମ ଅଧ୍ୟାୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୧୦୦ତମ ଅଧ୍ୟାୟ ରବିବାର (ଏପ୍ରିଲ ୩୦) ପୂର୍ବାହ୍ନ ୧୧ଟାରେ ସିଧା ପ୍ରସାରଣ ହେବ। ଏହି କାର୍ଯ୍ୟକ୍ରମର ପ୍ରଥମ ଅଧ୍ୟାୟ ୩ ଅକ୍ଟୋବର ୨୦୧୪ରେ ପ୍ରସାରଣ ହୋଇଥିଲା | ପ୍ରତି ମାସର ଶେଷ ରବିବାରରେ ପ୍ରସାରଣ ହେଉଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ରେଡ଼ିଓ କାର୍ଯ୍ୟକ୍ରମ ଲୋକପ୍ରିୟ ହୋଇଛି | ଆଜିର ସ୍ଵତନ୍ତ୍ର ୧୦୦ତମ ଅଧ୍ୟାୟ ଦେଶର ୪ ଲକ୍ଷ ବେତାର କେନ୍ଦ୍ରରେ ସିଧା ପ୍ରସାରଣ କରାଯିବ । ‘ମନ କି ବାତ୍’ର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ ସଂଗଠନ, ସାଂସଦ, ବିଧାୟକ ଅଂଶଗ୍ରହଣ କରିବେ। ଏପରିକି ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍’ର ଏହି ୧୦୦ତମ ଅଧ୍ୟାୟକୁ ବିଶ୍ୱବ୍ୟାପୀ ପ୍ରବାସୀ ଭାରତୀୟ ମଧ୍ୟ ଶୁଣିବେ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମନ କି ବାତ୍’ର କାର୍ଯ୍ୟକ୍ରମ ୨୨ଟି ଭାରତୀୟ ଭାଷା ଏବଂ ୨୯ଟି ଉପଭାଷା ବ୍ୟତୀତ ଫ୍ରେଞ୍ଚ, ଚାଇନିଜ୍, ଇଣ୍ଡୋନେସିଆ, ତିବ୍ଦତୀୟ, ବର୍ମା, ବଲୁଚି, ଆରବୀ, ପସ୍ତୁ, ପାର୍ସୀ ସହିତ ୧୧ଟି ବିଦେଶୀ ଭାଷାରେ ପ୍ରସାରଣ ହୁଏ । ଏହି କାର୍ଯ୍ୟକ୍ରମ ଆକାଶବାଣୀର ୫୦୦ରୁ ଅଧିକ ଷ୍ଟେସନରୁ ପ୍ରସାରଣ କରାଯାଇଥାଏ |