ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ପଶ୍ଚିମ ଓଡିଶା ବିକାଶ ପରିଷଦର ଅନୁଦାନ ଦୁଇ ଗୁଣା ବୃଦ୍ଧି, ଅଂତଳର ୧୦ ଜିଲ୍ଲା ଓ ଆଠମଲ୍ଲିକରେ ଖୋଲିବ ପରିଷଦ କାର୍ଯ୍ୟାଳୟ | News Room Odisha

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ପଶ୍ଚିମ ଓଡିଶା ବିକାଶ ପରିଷଦର ଅନୁଦାନ ଦୁଇ ଗୁଣା ବୃଦ୍ଧି, ଅଂତଳର ୧୦ ଜିଲ୍ଲା ଓ ଆଠମଲ୍ଲିକରେ ଖୋଲିବ ପରିଷଦ କାର୍ଯ୍ୟାଳୟ

ଭୁବନେଶ୍ୱର- ସୁନ୍ଦରଗଡ ଗସ୍ତ ପୂର୍ବରୁ ପଶ୍ଚିମ ଓଡିଶା ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମ ଓଡିଶା ବିକାଶ ପରିଷଦର ଅନୁଦାନ ଦୁଇ ଗୁଣା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲା ଓ ଆଠମଲ୍ଲିକରେ ପଶ୍ଚିମ ଓଡିଶା ବିକାଶ ପରିଷଦର କାର୍ଯ୍ୟାଳୟ ଖୋଲିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥିପାଇଁ ମୋଟ ବଜେଟ ୧୦୦ କୋଟିରୁ ୨୦୦ କୋଟିକୁ ବୃଦ୍ଧି କରାଯାଇଛି । ପଶ୍ଚିମ ଓଡିଶାର ନିର୍ମାଣାଧୀନ ପ୍ରକଳ୍ପଗୁଡିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ପଶ୍ଚିମ ଓଡିଶାରେ ଶିକ୍ଷା , ଭିତ୍ତିଭୂମି,ଜଳସେଚନ ସମେତ ପନିପରିବା ଓ ଡାଲି ଜାତୀୟ ଫସଲ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

CM Naveen Patnaik