ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ କରିବ କେନ୍ଦ୍ରୀୟ ଟିମ୍ | News Room Odisha

ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ କରିବ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର- କର୍ଲାପାଟ ଅଭୟାରଣ୍ୟରେ ୬ ହାତୀଙ୍କ ମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ ୪ ଜଣିଆ କେନ୍ଦ୍ରୀୟ ଦଳ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯିବେ । ଏହି ଦଳରେ ବନ୍ୟପ୍ରାଣୀ କେନ୍ଦ୍ରର ବୈଜ୍ଞାନିକ, ଜାତୀୟ ହସ୍ତୀ କେନ୍ଦ୍ରର ସଂଯୋଜକ, ଆସାମ ପ୍ରାଣୀ ଚିକିତ୍ସା କଲେଜର ପ୍ରଫେସର, ଓଡିଶା ବନ୍ୟପ୍ରାଣୀ କେନ୍ଦ୍ରର ପଦାଧିକାରୀ ଅଛନ୍ତି । ସାହାଣ ରୋଗରେ ହାତୀ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇସାରିଛି । ଅଭୟାରଣ୍ୟରେ ସଂକ୍ରମଣର ଉତ୍ପତ୍ତି ଓ ପ୍ରକ୍ରିୟା ଅନୁଧ୍ୟାନ କରିବ ଟିମ୍ ।