କୋରୋନା ଲେଉଟାଣି ସତର୍କତା : ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହେଲା ଏସଓପି | News Room Odisha

କୋରୋନା ଲେଉଟାଣି ସତର୍କତା : ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହେଲା ଏସଓପି

ବ୍ରହ୍ମପୁର –ଦେଶର କିଛି ରାଜ୍ୟରେ କୋରୋନା ସଂକ୍ରମଣ ବଢିଥିବାରୁ ଓଡିଶାରେ ବି ସତର୍କତା ଅବଲମ୍ବନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ଜିଲ୍ଲାରେ କୋଭିଡ ନିୟମ କଡାକଡି ଭାବେ ପାଳନ କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏସଓପି ଜାରି କରାଯାଇଛି । ବଜାର ଓ ଧାର୍ମିକ ସ୍ଥାନରେ କୋଭିଡ ନିୟମ କଡାକଡି କରାଯିବ । ଅଧିକ ଭିଡ ଉପରେ ଅଙ୍କୁଶ ଲାଗିବ । ଜିଲ୍ଲାର ସବୁ ସରକାରୀ,ବେସରକାରୀ ଅଫିସରେ କୋଭିଡ ନିୟମ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାସ୍କ, ସାନିଟାଇଜର ବ୍ୟବହାର ଓ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି ।

କୋରୋନା ନିୟମ କଡାକଡି ପାଳନ କରିବାକୁ ବିଡିଓ, ତହସିଲଦାର, ଡିଇଓ , ବିଇଓ ଓ ଅନ୍ୟ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି । କୋଭିଡ ଗାଇଡଲାଇନ ମୁତାବକ ଯଥେଷ୍ଟ ନମୁନା ପରୀକ୍ଷା କରାଯିବ । ଦୋକାନୀମାନେ କୋଭିଡ ନିୟମ ମାନିବେ । ନ ହେଲେ ସେମାନଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ ।

COVID-19Ganjam Administration