ପିପିଲି ଓ ଡେଲାଙ୍ଗବାସୀଙ୍କୁ ୭୦ କୋଟି ଟଙ୍କା ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ | News Room Odisha

ପିପିଲି ଓ ଡେଲାଙ୍ଗବାସୀଙ୍କୁ ୭୦ କୋଟି ଟଙ୍କା ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ପିପିଲି ଓ ଡେଲାଙ୍ଗବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ୨ଟି ବ୍ଲକ ପାଇଁ ୭୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ । ୨ଟି ବ୍ଲକର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପିପିଲି ଓ ଡେଲାଙ୍ଗର ବିକାଶକୁ ଏହା ଆଗକୁ ନେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମହିଳା ଓ ଗାଁର ବିକାଶ ଉପରେ ସେ ଫୋକସ କରିଆସିଛନ୍ତି । ଗରିବଙ୍କ ମୁହଁରେ ହସ ଫୁଟାଇବା ତାଙ୍କୁ ଅଧିକ ସନ୍ତୋଶ ଦେଇଥାଏ ବୋଲି ପିପିଲି ଓ ଡେଲାଙ୍ଗବାସୀଙ୍କୁ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ, କୋରୋନା ବେଳେ ମିଶନ ଶକ୍ତି ମାଆମାନେ ଭଲ କାମ କରିଛନ୍ତିା କୋରୋନାକୁ ନ ଡରି ଚାଷୀ ଭାଇମାନେ କାମ କରିଛନ୍ତି । କୋଭିଡ ଗାଇଡଲାଇନ ମାନିବାକୁ ପରାମର୍ଶ ଦେଇଛନ୍ତି ନବୀନ ।

Chief Minister Naveen Patnaik