ଦେଶର ୧୧ ରାଜ୍ୟରେ ୧୦୧ ଓମିକ୍ରନ୍ ମାମଲା ଚିହ୍ନଟ, ଅଣଜରୁରୀ ଯାତ୍ରା ଏଡାଇବାକୁ କେନ୍ଦ୍ରର ପରାମର୍ଶ | News Room Odisha

ଦେଶର ୧୧ ରାଜ୍ୟରେ ୧୦୧ ଓମିକ୍ରନ୍ ମାମଲା ଚିହ୍ନଟ, ଅଣଜରୁରୀ ଯାତ୍ରା ଏଡାଇବାକୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ: ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ମାମଲା ୧୦୦ ଟପିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ ୧୧ଟି ରାଜ୍ୟରେ ଏଯାବତ୍ ଏହି ଭାରିଆଣ୍ଟର ମୋଟ ୧୦୧ ମାମଲା ରିପୋର୍ଟ ହୋଇଛି। ସେ କହିଛନ୍ତି ଯେ ଗତ ୨୦ ଦିନ ଧରି ଦୈନିକ କୋଭିଡ ସଂକ୍ରମଣ ୧୦,୦୦୦ରୁ କମ୍ ରହିଛି, କିନ୍ତୁ ଓମିକ୍ରନ୍ ଭାରିଆଣ୍ଟ ଏବଂ ଅନ୍ୟ ଦେଶ ଗୁଡ଼ିକରେ ଏହି ନୂଆ ଷ୍ଟ୍ରେନ୍ ମାମଲା ବୃଦ୍ଧି ପାଉଥିବାରୁ ସତର୍କ ରହିବା ଆବଶ୍ୟକ । ଜରୁରୀ ନଥିଲେ ଯାତ୍ରା ନ କରିବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ଏବଂ ଜନଗହଳି ସ୍ଥାନଠାରୁ ଦୂରରେ ରହିବା ଉଚିତ ବୋଲି କହିଛନ୍ତି ‌। ଏହା ଓମିକ୍ରନ୍ ବ୍ୟତୀତ ବିଭିନ୍ନ ଷ୍ଟ୍ରେନ୍ ମାମଲା ବିଷୟରେ ସେ କହିଛନ୍ତି ଯେ ୧୯ ଜିଲ୍ଲାରେ ସାପ୍ତାହିକ କୋଭିଡ ସଂକ୍ରମଣ ହାର ପାଞ୍ଚରୁ ୧୦ ପ୍ରତିଶତ ମଧ୍ୟରେ ରହିଥିବା ବେଳେ ପାଞ୍ଚ ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ରହିଛି।

Omicron Variant