ଅଭିନେତା ରଣବୀର କପୁରଙ୍କୁ କରୋନା | News Room Odisha

ଅଭିନେତା ରଣବୀର କପୁରଙ୍କୁ କରୋନା

ମୁମ୍ବାଇ – ବଲିଉଡ୍ ଅଭିନେତା ରଣବୀର କପୁର କରୋନାରେ ସଂକ୍ରମିତ ହୋଇଛନ୍ତି । ରଣବୀରଙ୍କ ମାଆ ନୀତୁ କପୁର ଏକ ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ଏହା ସ୍ପଷ୍ଟ କରିଛନ୍ତି । ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କ ଚିକିତ୍ସା ଜାରି ରହିଛି ଏବଂ ସେ ସୁସ୍ଥ ହେଉଛନ୍ତି ବୋଲି ନୀତୁ ଏହି ପୋଷ୍ଟରେ କହଛନ୍ତି । ବିଏମ୍‌ସିର କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ରଣବୀର ଏବେ ହୋମ୍ କ୍ୱାରେଣ୍ଟାଇନରେ ରହି ସବୁ ସତର୍କତା ପାଳନ କରୁଛନ୍ତି ବୋଲି ନୀତୁ କହିଛନ୍ତି ।

ସୋମବାର ସନ୍ଧ୍ୟାରେ ରଣବୀରଙ୍କ କକା ରଣଧୀର କପୁର ପ୍ରଥମେ ରଣବୀରଙ୍କ ଅସୁସ୍ଥତା ନେଇ ସୂଚନା ଦେଇଥିଲେ । ତେବେ ତାଙ୍କ ଅସୁସ୍ଥତାର କାରଣ ସେ ଜାଣି ନାହାନ୍ତି ବୋଲି ରଣଧୀର କହିଥିଲେ ।

ସୂଚନା ଅନୁସାରେ ରଣବୀର କିଛି ଦିନ ତଳେ ନିଜର କୋଭିଡ୍ ଟେଷ୍ଟ କରାଇଥିଲେ ଏବଂ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ଏହାପରେ ସେ କ୍ୱାରେଣ୍ଟାଇନରେ ରହି ନିଜ ଚିକିତ୍ସା ଜାରି ରଖିଥିଲେ । କିଛି ଦିନ ତଳେ ତାଙ୍କ ମାଆ ନୀତୁ କପୁର ‘ଜୁଗ୍ ଜୁଗ୍ ଜିଓ’ ଫିଲ୍ମର ସୁଟିଂ ବେଳେ କରୋନା ସଂକ୍ରମିତ ହୋଇଥିଲେ । ତାଙ୍କ ସହଅଭିନେତା ବରୁଣ ଧାୱନ୍ ମଧ୍ୟ କୋଭିଡ୍ ପଜିଟିଭ୍ ହୋଇଥିଲେ ।