ରାଜ୍ୟର ଆଜିଠାରୁ ନୂଆ ଭୋଟରଙ୍କୁ ମିଳିବ ଇ-ଭୋଟର କାର୍ଡ | News Room Odisha

ରାଜ୍ୟର ଆଜିଠାରୁ ନୂଆ ଭୋଟରଙ୍କୁ ମିଳିବ ଇ-ଭୋଟର କାର୍ଡ

ଭୁବନେଶ୍ୱର- ରାଜ୍ୟର ସବୁ ଭୋଟ ଗ୍ରହଣ କେନ୍ଦ୍ରରେ ସ୍ୱତନ୍ତ୍ର ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି । ଆଜି ଓ ଆସନ୍ତାକାଲି ନୂଆ ଭୋଟରଙ୍କୁ ମିଳିବ ଇ-ଭୋଟର କାର୍ଡ । ୨୦୨୧ରେ ମୋବାଇଲ ନମ୍ବର ସହ ନାମ ପଂଜୀକରଣ କରିଥିଲେ ଇ-ପରିଚୟପତ୍ର ମିଳିବ । ରାଜ୍ୟରେ ପଂଜୀକୃତ ୪୨ ହଜାର ୪୨୧ ନୂଆ ଭୋଟରଙ୍କ ମଧ୍ୟରୁ ୧୦ ହଜାର ୯୨୨ ଜଣ ଇ-ଭୋଟର କାର୍ଡ ନେଇଛନ୍ତି । ଅବଶିଷ୍ଟ ଭୋଟରଙ୍କୁ ୨ ଦିନିଆ ଅଭିଯାନରେ ଯୋଗାଇ ଦିଆଯିବ ଇ-ଭୋଟର କାର୍ଡ ।