ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ଏଥର ବିନା ପରୀକ୍ଷାରେ ପାସ ହେବେ, ଜୁନରୁ ଆରମ୍ଭ ହୋଇପାରେ ନୂଆ ଶିକ୍ଷାବର୍ଷ | News Room Odisha

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ଏଥର ବିନା ପରୀକ୍ଷାରେ ପାସ ହେବେ, ଜୁନରୁ ଆରମ୍ଭ ହୋଇପାରେ ନୂଆ ଶିକ୍ଷାବର୍ଷ

ଭୁବନେଶ୍ୱର- ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ପାସ୍ କରାଯିବ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ଚଳିତ ବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ କୌଣସି କ୍ଲାସ ହୋଇ ନ ଥିବାରି ଏହି ନିଷ୍ପତ୍ତି ନିଆଯାଇଛି ।

ଏହି ବର୍ଷ ଏପ୍ରିଲ ମାସରେ ବି ନୂଆ ଶିକ୍ଷାବର୍ଷ ଆରମ୍ଭ ହୋଇପାରିବ ନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ କୋରୋନା ଯୋଗୁଁ ନୂଆ ଶିକ୍ଷାବର୍ଷ ଜୁନରୁ ଆରମ୍ଭ ହୋଇପାରେ ବୋଲି ସେ କହିଛନ୍ତି ।