ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗରେ ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ଅଟଳ ବିଜେଡି | News Room Odisha

ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗରେ ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ଅଟଳ ବିଜେଡି

ଭୁବନେଶ୍ୱର- ବିଧାନସଭାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ କରିଥିବାରୁ ସେ କ୍ଷମା ମାଗିବା ଦାବିରେ ଅଟଳ ରହିଛି ଶାସକ ବିଜେଡି । ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ କରି ଗୃହର ଗରିମା ଓ ମର୍ଯ୍ୟାଦା ହାନି କରିଥିବା ଅଭିଯୋଗ କରିଛନ୍ତି ବିଜେଡିର ବିଧାୟକ ।ଏହି ପ୍ରସଙ୍ଗରେ ଆଜି ମଧ୍ୟ ଗୃହରେ ହଟ୍ଟଗୋଳ ହୋଇଛି । ବିଜେଡି ଓ କଂଗ୍ରେସ ବିଧାୟକଙ୍କ ପାଟିତୁଣ୍ଡ ପରେ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଗୃହକୁ ସାଢେ ୧୧ଟା ଯାଏଁ ମୁଲତବୀ ରଖିଥିଲେ ବାଚସ୍ପତି । ପୂର୍ବରୁ ମଧ୍ୟ ସୁବାସଙ୍କ କ୍ଷମା ପ୍ରାର୍ଥନା ଦାବି କରିଥିଲା ବିଜେଡି ।