ଛାତ୍ରଛାତ୍ରୀଙ୍କ ଦକ୍ଷତା ପାଇଁ ହେବ ରିମେଡିଆଲ୍ କ୍ଲାସ | News Room Odisha

ଛାତ୍ରଛାତ୍ରୀଙ୍କ ଦକ୍ଷତା ପାଇଁ ହେବ ରିମେଡିଆଲ୍ କ୍ଲାସ

ଭୁବନେଶ୍ୱର- ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ରିମେଡିଆଲ କ୍ଲାସ କରାଯିବ । ଶିକ୍ଷାବର୍ଷ ଆରମ୍ଭରୁ ଏହି ରିମେଡିଆଲ କ୍ଲାସ କରାଯିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଶିକ୍ଷାବର୍ଷ ଆରମ୍ଭରେ ପ୍ରଥମ ଦୁଇ ତିନି ମାସ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ରିମେଡିଆଲ୍ କ୍ଲାସ ହେବ । ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଏହି ଅଭିନବ ପଦକ୍ଷେପ ନିଆଯାଇଛି ।