ପିପିଲି ଉପନିର୍ବାଚନ : ଏଥର ୩୪୮ଟି ମତଦାନ କେନ୍ଦ୍ର, ପ୍ରତି କେନ୍ଦ୍ରରେ ସର୍ବାଧିକ ୧୦୦୦ ହଜାର ଭୋଟର କରିବେ ମତଦାନ | News Room Odisha

ପିପିଲି ଉପନିର୍ବାଚନ : ଏଥର ୩୪୮ଟି ମତଦାନ କେନ୍ଦ୍ର, ପ୍ରତି କେନ୍ଦ୍ରରେ ସର୍ବାଧିକ ୧୦୦୦ ହଜାର ଭୋଟର କରିବେ ମତଦାନ

ଭୁବନେଶ୍ୱର- ପିପିଲି ଉପନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିସ୍ତୃତ ସୂଚନା ଦେଇଛନ୍ତି । ଆସନ୍ତାମାସ ୧୭ ତାରିଖରେ ପିପିଲି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ୩୪୮ ମତଦାନ କେନ୍ଦ୍ରରେ ଭୋଟ୍ ଗ୍ରହଣ ହେବ । ଗୋଟିଏ କେନ୍ଦ୍ରରେ ସର୍ବାଧିକ ୧୦୦୦ ଭୋଟର ଭୋଟ୍ ଦେଇପାରିବେ ବୋଲି ସେ ସୂଚନା ଦେଇଛନ୍ତି ।

ପ୍ରତି କେନ୍ଦ୍ରରେ ଜଣେ ଅଙ୍ଗନବାଡି ଓ ଆଶାକର୍ମୀ ନିୟୋଜିତ କରାଯିବ । ନାମାଙ୍କନ ବେଳେ ପ୍ରାର୍ଥୀ ସର୍ବାଧିକ ୨ଟି ଗାଡି ବ୍ୟବହାର କରିପାରିବେ । ମତଦାନ କେନ୍ଦ୍ରରେ ମାସ୍କ ଓ ସାନିଟାଇଜର ବାଧ୍ୟତାମୂଳକ । ନୋଡାଲ ହେଲଥ ଅଫିସର କୋଭିଡ ଗାଇଡଲାଇନର ତଦାରଖ କରିବେ । ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ କୋଭିଡ ଟିକା ଦିଆଯିବ । ୮୦ ବର୍ଷରୁ ଅଧିକ ବୟସର ଭୋଟରଙ୍କ ପାଇଁ ପୋଷ୍ଟାଲ ବ୍ୟାଲଟ ବ୍ୟବସ୍ଥା ହେବ । ଦିବ୍ୟାଙ୍ଗ ଓ କୋଭିଡ ଆକ୍ରାନ୍ତଙ୍କ ପାଇଁ ମଧ୍ୟ ବ୍ୟାଲଟ ଭୋଟିଂ ବ୍ୟବସ୍ଥା କରାଯିବ ।