ବିଜୁବାବୁଙ୍କୁ ଭାରତରତ୍ନ ଦେବା ପାଇଁ ଦାବି | News Room Odisha

ବିଜୁବାବୁଙ୍କୁ ଭାରତରତ୍ନ ଦେବା ପାଇଁ ଦାବି

ନୂଆଦିଲ୍ଲୀ – ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ଦିଆଯିବା ନେଇ ପୁଣି ଥରେ ଦାବି କରାଯାଇଛି । ରାଜ୍ୟସଭାରେ ଏହି ଦାବି କରିଛନ୍ତି ବିଜେଡି ସଦସ୍ୟ ମୁନ୍ନା ଖାଁ । ବିଜୁବାବୁ ଜଣେ ପ୍ରମୁଖ ରାଷ୍ଟ୍ରବାଦୀ ନେତା ଥିଲେ । ତାଙ୍କ ଭଳି ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଭାରତରତ୍ନ ନ ମିଳିବା କ୍ଷୋଭର ବିଷୟ ବୋଲି ରାଜ୍ୟସଭାରେ କହିଥିଲେ ମୁନ୍ନା ଖାଁ ।

ବିଜୁବାବୁଙ୍କ ଅନ୍ତିମ ଯାତ୍ରାରେ ୩ଟି ଦେଶର ଜାତୀୟ ପତାକା ଥିଲା ଅର୍ଦ୍ଧନମିତ । ବିଜୁବାବୁ ଷାଠିଏ ଦଶକରୁ ହିଁ ଆତ୍ମନିର୍ଭର ଭାରତ ସ୍ୱପ୍ନ ଦେଖିଥିଲେ ହିଁ ମୁନ୍ନା ଖାଁ କହିବା ସହ ତାଙ୍କୁ ଭାରତରତ୍ନ ପ୍ରଦାନ କରିବା ପାଇଁ ଦାବି କରିଥିଲେ ।