କୋରାପୁଟ ଜିଲ୍ଲାରୁ ପୁଣି ବିପୁଳ ପରିମାଣେ ଗଞ୍ଜେଇ ଜବତ | News Room Odisha

କୋରାପୁଟ ଜିଲ୍ଲାରୁ ପୁଣି ବିପୁଳ ପରିମାଣେ ଗଞ୍ଜେଇ ଜବତ

କୋରାପୁଟ – ପୁଣି କୋରାପୁଟ ଜିଲ୍ଲାରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଛି । ଓଡିଶା -ଆନ୍ଧ୍ର ସୀମାନ୍ତ ସୁଡୁବୁ ଅଂଚଳରୁ ବିହାରକୁ ଚାଲାଣ ହେଉଥିବା ଗଂଜେଇ ଥିବା ଏକ ବୋଲେରୋକୁ ପାଡୁଆ ପୋଲିସ ଧରିଥିଲା । ଗାଡିରେ ୧୪୪ କିଲୋରୁ ଅଧିକ ଗଂଜେଇ ଥିଲା । ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବେ । ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଅଧିକ ପଚରାଉଚରା ଜାରି ରହିଛି ।