ଧାନକିଣା ନେଇ ବିବୃତି ରଖିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ, ମାର୍ଚ୍ଚ ୩୧ ସୁଦ୍ଧା ସବୁ ପଂଜୀକୃତ ଚାଷୀଙ୍କ ଧାନ କିଣା ସରିବ | News Room Odisha

ଧାନକିଣା ନେଇ ବିବୃତି ରଖିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ, ମାର୍ଚ୍ଚ ୩୧ ସୁଦ୍ଧା ସବୁ ପଂଜୀକୃତ ଚାଷୀଙ୍କ ଧାନ କିଣା ସରିବ

ଭୁବନେଶ୍ୱର- ବିଧାନସଭାରେ ଧାନକିଣା ନେଇ ବିବୃତି ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏଥର ୬୧ ଦଶମିକ ୬୪ ଲକ୍ଷ ଟନ ଧାନ ସଂଗ୍ରହ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପଂଜୀକୃତ ହୋଇଥିବା ଚାଷୀଙ୍କ ସମସ୍ୟା ଦୂର ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ୩୧ ସୁଦ୍ଧା ସବୁ ପଂଜୀକୃତ ଚାଷୀଙ୍କ ଧାନ କିଣାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଗୃହକୁ ଜଣାଇଛନ୍ତି । ଗତ ଖରିଫ ଋତୁ ତୁଳନାରେ ଏଥର୧୮ ପ୍ରତିଶତ ଅଧିକ ଧାନ କିଣାଯାଇଛି । ଟୋକନ ଜାଲିଆତି କରୁଥିବା ଚାଷୀଙ୍କ ବିରୋଧରେ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ବିଧାୟକମାନେ ନିର୍ଦ୍ଦିଷ୍ଟ ଅଭିଯୋଗ ଆଣିଲେ ତାର ସମାଧାନ କରାଯିବ ବୋଲି ସେ କହିଛନ୍ତି ।