କୋରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ସତର୍କତାମୂଳକ ପଦକ୍ଷେପ | News Room Odisha

କୋରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ସତର୍କତାମୂଳକ ପଦକ୍ଷେପ

ବ୍ରହ୍ମପୁର – କୋରୋନା ସଂକ୍ରମଣ ବଢୁଥିବାରୁ ଗଞ୍ଜାମ ଜିଲ୍ଲାପାଳଙ୍କ ସତର୍କତାମୂଳକ ପଦକ୍ଷେପ । ଯଦି କେହି ଓଡିଶା ବାହାରୁ ଗଞ୍ଜାମ ଜିଲ୍ଲାକୁ ଆସନ୍ତି , ତାହା ହେଲେ ସେ ସ୍ଥାନୀୟ ଗ୍ରାମ ପଂଚାୟତର ସରପଂଚ, ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବ୍ରହ୍ମପୁର ମହାନଗର ନିଗମର କମିଶନରଙ୍କୁ ସୂଚନା ଦେବାକୁ ପଡିବ । ବାହାରୁ ଆସୁଥିବା ଯାତ୍ରୀଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ହେବା । ଯଦି ଲକ୍ଷଣ ଦେଖାଦିଏ, ତାହା ହେଲେ ଆରଟିିସିଆର୍ ଟେଷ୍ଟ କରାଯିବ । ସେ ଅନସାରେ ମେଡିକାଲ ଟ୍ରିଟମେଂଟ୍ ଓ ହୋମ୍ ଆଇସୋଲେସନ ବ୍ୟବସ୍ଥା କରାଯିବ ।

Ganjam Administration