ସପତ୍ନୀକ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି | News Room Odisha

ସପତ୍ନୀକ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି

ପୁରୀ – ପୁରୀ ଯାଇ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ମାଆ ଲକ୍ଷ୍‌ମୀ ଓ ବିମଳାଙ୍କୁ ମଧ ସପତ୍ନୀକ ଦର୍ଶନ କରିଛନ୍ତି ରାଷ୍ଟ୍ରପତି । ନିଜ ଦରମାରୁ ଲକ୍ଷେ ଟଙ୍କାର ସମର୍ପଣ ନିଧି ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କୁ ଲକ୍ଷେ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ।