ରାଜ୍ୟରେ ଦିନକରେ ୧୪୬ କୋରୋନା ଆକ୍ରାନ୍ତ ଚିହ୍ନଟ | News Room Odisha

ରାଜ୍ୟରେ ଦିନକରେ ୧୪୬ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦିନକରେ ୧୪୬ ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଗତ କିଛି ଦନ ମଧ୍ୟରେ ଏହି ସଂଖ୍ୟା ସର୍ବାଧିକ । ସଂଗରୋଧରୁ ୮୭ ଓ ସ୍ଥାନୀୟ ଅଂଚଳରୁ ୫୯ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୯୬୩କୁ ବୃଦ୍ଧି ହୋଇଛି । ଏଥିମଧ୍ୟରୁ ୩ ଲକ୍ଷ ୩୬ ହଜାର ୧୨୪ ଜଣ ସୁସ୍ଥ ହୋଇସାରିଲେଣି । ୮୬୭ ଜଣ ଚିକିତ୍ସାଧୀନ ଅଛନ୍ତି ।

ସଂକ୍ରମିତଙ୍କ ନୂଆ ତାଲିକାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫, କଟକରୁ ୨୫, ମୟୂରଭଞ୍ଜରୁ ୧୩, ସୁନ୍ଦରଗଡ ଓ ନୂଆପଡାରୁ ୧୨ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

COVID-19