ପିପିଲି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ଜାରି | News Room Odisha

ପିପିଲି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ଜାରି

ଭୁବନେଶ୍ୱର- ହାଇ ପ୍ରୋଫାଇଲ ପିପିଲି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି । ଆଜିଠାରୁ ନାମାଙ୍କନ ଦାଖଲ ଆରମ୍ଭ ହେବ । ନାମାଙ୍କନ ଦାଖଲର ଶେଷ ତାରିଖ ହେଉଛି ଏହି ମାସ ୩୦ । ଏପ୍ରିଲ ୩ ହେଉଛି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ । ଏପ୍ରିଲ ୧୭ ତାରିଖରେ ଭୋଟ୍ ଗ୍ରହଣ କରାଯିବ । ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ୍ ଗ୍ରହଣ ହେବ ।

ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଏହି ଆସନ ଖାଲି ପଡିଛି । କୌଣସି ଦଳ ଏ ଯାଏଁ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ବିଜ୍ଞପ୍ତି ପ୍ରକାଶ ପାଇଥିବାରୁ ଖୁବ୍ ଶୀଘ୍ର ଦଳଗୁିଡକ ପ୍ରାର୍ଥୀ ଘୋଷଣା କରିପାରିାହାନ୍ତି । ବିଜେଡି ଏହି ଆସନ ବଜାୟ ରଖିବା ଲକ୍ଷ୍ୟରେ ରହିଛି ।

Pipili By-Election