ସଶସ୍ତ୍ର ଡକାୟତି ଘଟଣାର ପର୍ଦାଫାସ, ୫ ଡକାୟତ ଗିରଫ | News Room Odisha

ସଶସ୍ତ୍ର ଡକାୟତି ଘଟଣାର ପର୍ଦାଫାସ, ୫ ଡକାୟତ ଗିରଫ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ପୋଲିସକୁ ସଫଳତା ଜିଲ୍ଲାରେ ଗତ ୧୭ ତାରିଖ ରେ ବନ୍ଧୁକ ମୁନରେ ୨୧ ଲକ୍ଷ ଟଙ୍କା ଲୁଟ ଘଟଣା ପର୍ଦାଫାସ କରିଛି ସୋନପୁର ପୋଲିସ । ୨୧ ଲକ୍ଷ ଟଙ୍କାରୁ ୧୫ ଲକ୍ଷ ୩୦ ଉଦ୍ଧାର । ଟଙ୍କା ସହିତ ୫ ଜଣ ଡକାୟତ ଧରାପଡିଛନ୍ତି ।ଡକାୟତି ରେ ବ୍ୟବହାର ହୋଇଥିବା ୫ ଟି ବାଇକ କୁ ଜବତ କରିଛି ପୋଲିସ । ୧୦ ଟି ମୋବାଇଲ ଫୋନ ଜବତ ହୋଇଛି ।

୫ ଜଣଡକାୟତମାନଙ୍କ ମଧ୍ୟରରୁ ୪ ଜଣ ବୌଦ୍ଧ ଜିଲ୍ଲା ଏବଂ ଜଣେ ସୋନପୁର ଜିଲ୍ଲାର । ଡକାୟତମନେନ ହେଲେ ଉତ୍ତମ ଦୀପ,ହରିବୋଲ ସାଣ୍ଢ,ଆମ୍ବୁଜ ବେହେରା, ସାରଦୁଲ ଗଇଗରିଆ ଓ ସୁନୀଲ ମହାରଣା ।ସମସ୍ତ ଘଟଣା ର ମାଷ୍ଟର ମାଇଣ୍ଡ ହେଉଛି ସୁନୀଲ ମହାରଣା ।ଯେ କି ଲୁଟ ଘଟଣା ଉଭୟ ଟଙ୍କା ଧରି ଏଟିଏମରେ ଟଙ୍କା ଧରି ଯିବାକଥା ହେଲେ ସୁଧାଂଶୁ କୁ ପଛରେ ଯାଉଛି କହି ଘଟଣା ଘଟିବା ପରେ ଯାଇଥିଲେ ।

ଏନେଇ ସୁବର୍ଣ୍ଣପୁର ଏସ ପି ଙ୍କ ଅଫିସ ସଭାଗୃହ ରେ ଏକ ସାମ୍ବାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଏସ ପି ସୀତାରମ ଶତପଥୀ ସୂଚନା ଦେଇଛନ୍ତି ।ଗତ ୧୭ ତାରିଖରେ ଧର୍ମଶାଳା ଫାଣ୍ଡିରୁ ଦେଢ କିମି ଦୁର ବାଘଲପୁର ଗାଁ ନିକଟରେ ଘଟିଥିଲା ।ଡି ଏସ ପି ସତ୍ୟଜିତ ମିଶ୍ର ନେତୃତ୍ୱରେ ଏକ ଟିମ କରାଯାଇଥିଲା ।ସେଥିରେ ବିଏମ ପୁର ଆଇ ଆଇ ସି ପ୍ରଭା ଧନ ସହିତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଟିମରେ ଥିଲେ ।