କୋରୋନା ସମୀକ୍ଷା : ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଂଟ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ, ସ୍ଥିତିକୁ ଦେଖି ସତର୍କତାମୂଳକ ପଦକ୍ଷେପ | News Room Odisha

କୋରୋନା ସମୀକ୍ଷା : ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଂଟ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ, ସ୍ଥିତିକୁ ଦେଖି ସତର୍କତାମୂଳକ ପଦକ୍ଷେପ

ଭୁବନେଶ୍ୱର- ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସତର୍କତା ସହ କୋଭିଡ ନିୟମ କଡାକଡି ପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସମ୍ବେଦନଶୀଳ ସ୍ଥାନରେ ଯାଂଚ କଡାକଡି କରିବାରୁ ସେ ନିର୍ଦ୍ଦେଶ ଦେଇଛନ୍ତି । ନିୟମିତ କୋଭିଡ ସମୀକ୍ଷା କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।

ଟେଷ୍ଟିଂ , ଟ୍ରେସିଂ ଓ ଟ୍ରିଟମେଂଟ୍ ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପୁରୁଣା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ବି ସେ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକ ସ୍ଥଳେ ମାଇକ୍ରୋ କଂଟେନମେଂଟ ଜୋନ୍ କରାଯିବା ଉପରେ ବି ଗୁରୁତ୍ୱ ଦିଆଯାଇଛି । ରାଜ୍ୟରେ କୋରୋନା ସ୍ଥିତି ଦେଖି ସତର୍କତାମୂଳକ ପଦ କ୍ଷେପ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଫେରନ୍ତା ପ୍ରବାସୀଙ୍କ କୋଭିଡ ଟେଷ୍ଟ ବାଧ୍ୟତାମୂଳକ ହେବ । ସର୍ଭେଲାନ୍ସ ବ୍ୟାପକ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

Chief Minister Naveen Patnaik