ଆସନ୍ତା ୩୦ରେ ପ୍ରାର୍ଥିପତ୍ର ଦାଖଲ କରିବେ ରୁଦ୍ର ମହାରଥୀ | News Room Odisha

ଆସନ୍ତା ୩୦ରେ ପ୍ରାର୍ଥିପତ୍ର ଦାଖଲ କରିବେ ରୁଦ୍ର ମହାରଥୀ

ଭୁବନେଶ୍ୱର- ପିପିଲି ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଆସନ୍ତା ୩୦ ତାରିଖରେ ନାମାଙ୍କନ ଦାଖଲ କରିବେ । ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ । ଏପ୍ରିଲ ୧୭ ତାରିଖରେ ପିପିଲି ଆସନରେ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ଏହି ଆସନରୁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଗତକାଲି ପ୍ରାର୍ଥିପତ୍ର ଦାଖଲ କରିଥିଲେ ।