ରାଜ୍ୟର ଜନଜାତି ଓ ଅପପୁଷ୍ଟି ଅଂଚଳରେ ଖୋଲାଯିବ ୧ ହଜାର ୫୭୬ ନୂଆ ଅଙ୍ଗନବାଡି କେନ୍ଦ୍ର | News Room Odisha

ରାଜ୍ୟର ଜନଜାତି ଓ ଅପପୁଷ୍ଟି ଅଂଚଳରେ ଖୋଲାଯିବ ୧ ହଜାର ୫୭୬ ନୂଆ ଅଙ୍ଗନବାଡି କେନ୍ଦ୍ର

ଭୁବନେଶ୍ୱର- ରାଜ୍ୟରେ ୬୨ ହଜାର ୧୭୧ଟି ଅଙ୍ଗନବାଡି କେନ୍ଦ୍ର ରହିଛି । ଏହାଛଡା ରାଜ୍ୟରେ ୧୦ ହଜାର ୪୧୬ଟି ମିନି ଅଙ୍ଗନବାଡି କେନ୍ଦ୍ର ରହିଛି ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ।

ବିଧାନସଭା ପ୍ରଶ୍ନକାଳରେ ମନ୍ତ୍ରୀ କହିଛନ୍ତି ଯେ, ୭ ହଜାର ୮୪୪ଟି ନୂଆ ଅଙ୍ଗନବାଡି ଖୋଲିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ପୁନଃ ତର୍ଜମା କରିବା ପାଇଁ କହି କେନ୍ଦ୍ର ପ୍ରସ୍ତାବ ଫେରାଇ ଦେଇକ୍ତି । ଜନଜାତି ଓ ଅପପୁଷ୍ଟି ଥିବା ଅଂଚଳରେ ୧ ହଜାର ୫୭୬ଟି ନୂଆ ଅଙ୍ଗନବାଡି କେନ୍ଦ୍ର ଖୋଲାଯିବ ବୋଲି ମନ୍ତ୍ରୀ ଗୃହକୁ ଜଚ୍ଚାଇଛନ୍ତି । ସହରାଂଚଳରେ ଅଙ୍ଗନବାଡି କେନ୍ଦ୍ର ପାଇଁ ଜାଗା ଚିହ୍ନଟ କରିବାକୁ କମିିଟି ଗଠନ କରାଯାଇଥିବା ନେଇ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି । ଗୋଟିଏ ଅଙ୍ଗନବାଡି କେନ୍ଦ୍ର ପାଇଁ ଏବେ ୭ ଲକ୍ଷ ଟଙ୍କା ଅନୁଦାନ ଦିଆଯାଉଛି ବୋଲି ସେ କହିଥିଲେ ।