ଆଜିଠାରୁ ରାଜ୍ୟରେ ୪୫ରୁ ଅଧିକ ବୟସର ଲୋକଙ୍କୁ ଟିକା, ଦୈନିକ ୨ ଲକ୍ଷ ଟିକାକରଣର ଟାର୍ଗେଟ | News Room Odisha

ଆଜିଠାରୁ ରାଜ୍ୟରେ ୪୫ରୁ ଅଧିକ ବୟସର ଲୋକଙ୍କୁ ଟିକା, ଦୈନିକ ୨ ଲକ୍ଷ ଟିକାକରଣର ଟାର୍ଗେଟ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ବଢି ଚାଲିଥିବାରୁ ଚିନ୍ତା ପ୍ରକାଶ ପାଇଥିବା ବେଳେ କୋଭିଡ ନିୟମାବଳୀର କଡାକଡି ପାଳନ ଓ ଟିକାକରଣ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଆଜିଠାରୁ ରାଜ୍ୟରେ ୪୫ରୁ ବର୍ଷରୁ ଅଧିକ ବୟସର ଲୋକଙ୍କର କୋଭିଡ ଟିକାକରଣ ଆରମ୍ଭ ହୋଇଛି । ଆଜିଠାରୁ ଦୈନିକ ୨ ଲକ୍ଷ ଲୋକଙ୍କ ଟିକାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଆଜି ଓ ଆସନ୍ତାକାଲି ସରକାରୀ ଛୁଟି ଥିଲେ ବି ଟିକାକରଣ ଜାରି ରହିବ । ଟିକା ନେବା ପାଇଁ ଅନଲାଇନ୍ ସହ ଅନ-ଦି ସ୍ପଟ୍ ପଂଜୀକରଣ ହୋଇପାରିବ । ବହୁବିଧ ରୋଗରେ ଆକ୍ରାନ୍ତ ଥିବା ଲୋକଙ୍କୁ ମେଡିକାଲ ସାର୍ଟିଫିକେଟ ଦେବାକୁ ପଡିବ ନାହିଁ ।

ରାଜ୍ୟରେ ଟିକାକରଣ ସ୍ଥିତି ନେଇ ଗତକାଲି କେନ୍ଦ୍ର ସରକାରଙ୍କ ସହ ରାଜ୍ୟର ଅଧିକାରୀମାନେ ଆଲୋଚନା କରିଥିଲେ । ଅଧିକ ସଂକ୍ରମଣ ହେଉଥିବା ଜିଲ୍ଲା ବଲାଙ୍ଗୀର, ନୂଆପଡା, ସୁନ୍ଦରଗଡ, କଳାହାଣ୍ଡି, ଅନୁଗୁଳ, କେନ୍ଦୁଝର, ନବରଙ୍ଗପୁର ଓ ମୟୂରଭଞ୍ଜରେ ସଂକ୍ରମଣ ବଢିବା ସହ ଟିକାକରଣ ମାନ୍ଦା ରହିଥିବାରୁ ଏସବୁ ଜିଲ୍ଲାକୁ ପ୍ରାଥମିକତା ଦିଆଯିବାକୁ ନିଷ୍ପତ୍ତି ହୋଇଛି ।