ଶିକ୍ଷା କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ | News Room Odisha

ଶିକ୍ଷା କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ

ସମ୍ବଲପୁର: ସମସ୍ତ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ଡାକ୍ତରୀ ଓ ଇଞ୍ଜିନିୟରିଂ ପଢିବା ପାଇଁ ୧୫% ସ୍ଥାନ ସଂରକ୍ଷଣ ବାବଦରେ ରାଜ୍ୟ ସରକାର ନବୀନ ପଟ୍ଟନାୟକ ଯେଉଁ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ଏହି ଖୁସି ଖବର ପାଇବା ପରେ ସରକାରୀ ସ୍କୁଲ ର ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟେ ଏକ ଖୁସି ର ଲହରୀ ଖେଳିଯାଇଛି ତେଣୁ ତାକୁ ନେଇ ଆଜି ସମ୍ବଲପୁର ଜିଲ୍ଲା ଛାତ୍ର ବିଜେଡ଼ି ସଦସ୍ୟ ମାନଙ୍କ ତରଫରୁ ହୀରାକୁଦ ସ୍ଥିତ ସୁଭାଷ ମଇଦାନ୍ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଯାଇଥିଲା।