ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଉପରାଷ୍ଟ୍ରପତି, ୫ ଜଣଙ୍କୁ ଡକ୍ଟରେଟ ଉପାଧି | News Room Odisha

ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଉପରାଷ୍ଟ୍ରପତି, ୫ ଜଣଙ୍କୁ ଡକ୍ଟରେଟ ଉପାଧି

ଭୁବନେଶ୍ୱର – ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ । ଉତ୍ସବରେ ଉଦବୋଧନ ଦେଇ ଉପରାଷ୍ଟ୍ରପତି କହିଛନ୍ତି ଯେ, ଶିକ୍ଷା ସମସ୍ତଙ୍କୁ ଶୃଙ୍ଖଳିତ ଓ ସୁସଂଗଠିତ କରିଥାଏ ।

କଠିନ ପରିଶ୍ରମ ଛାତ୍ରଛାତ୍ରୀଙ୍କୁ ସଫଳତା ଆଣିଦେବ । ସେମାନେ ନିଜ ଉପରେ ବିଶ୍ୱାସ ରଖି ଆଗକୁ ବଢିବା ଦରକାର ବୋଲି କହିଥିଲେ ଉପରାଷ୍ଟ୍ରପତି । ସେ କହିଥିଲେ ଯେ, ଓଡିଶାର କଳା, ସଂସ୍କୃତି ଓ ପରମ୍ପରା ବେଶ୍ ଉନ୍ନତ । କଳିଙ୍ଗ ନିଜ ପରାକାଷ୍ଠା ବଳରେ ବଳୀୟାନ ହୋଇଥିଲା ।

ଜାଭା, ସୁମାତ୍ରା , ବାଲିଯାତ୍ରା କଳିଙ୍ଗର ସୁବର୍ଣ୍ଣ ଅଧ୍ୟାୟର ପ୍ରମାଣ ବୋଲି ସେ କହିଥିଲେ । ସମାବର୍ତ୍ତନ ଉତ୍ସବ ଅବସରରେ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ସିଏଜି ଗିରୀଶ ଚନ୍ଦ୍ର ମୁୁର୍ମୁ, ଜଷ୍ଟିସ ସଞ୍ଜୁ ପଣ୍ଡା, ଭାବା ଅଟୋମିକ ରିସର୍ଚ୍ଚ ସେଂଟର ନିର୍ଦ୍ଦେଶକ ଅଜିତ କୁମାର ମହାନ୍ତି, ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଡକ୍ଟର ବିଜୟ କୁମାର ସାହୁଙ୍କୁ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି ।