ମଧ୍ୟ ପ୍ରଦେଶ: ବସ୍-ଟାଭେରା ମୁହାଁମୁହିଁ ଧକ୍କା, ୧୧ ମୃତ | News Room Odisha

ମଧ୍ୟ ପ୍ରଦେଶ: ବସ୍-ଟାଭେରା ମୁହାଁମୁହିଁ ଧକ୍କା, ୧୧ ମୃତ

ଭୋପାଳ: ମଧ୍ୟପ୍ରଦେଶର ବେତୁଲରେ ପରତବାଡା ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୧ ଜଣ ପ୍ରାଣ ହରାଇଛନ୍ତି । ଏକ ବସ୍ ଏବଂ ଟାଭେରା ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଟାଭେରାରେ ଥିବା ୧୧ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟାଭେରାକୁ କାଟି ମୃତଦେହ ବାହାର କରିବାକୁ ପଡ଼ିଥିଲା। ରାତି ପ୍ରାୟ ୨ ଟାରେ ଏହି ଦୁର୍ଘଟଣା ଘଟିଥିଲା । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ।

ପୋଲିସର ସୂଚନାନୁସାରେ ମୃତକ ସମସ୍ତେ ଶ୍ରମିକ ଥିଲେ। ଝଲ୍ଲାର ଥାନାରୁ ଏକ କିଲୋମିଟର ଦୂର ଗୁରୁଗାଓଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା ।