ବସକୁ ପିଟିଲା ଟ୍ରକ୍, ୧୧ ମୃତ | News Room Odisha

ବସକୁ ପିଟିଲା ଟ୍ରକ୍, ୧୧ ମୃତ

ଜୟପୁର: ରାଜସ୍ଥାନର ଭରତପୁର ନିକଟ ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣାର ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଆହତ ହୋଇଛନ୍ତି। ରାଜସ୍ଥାନର ପୁଷ୍କରରୁ ତୀର୍ଥଯାତ୍ରୀଙ୍କୁ ନେଇ ଏକ ବସ୍ ଉତ୍ତରପ୍ରଦେଶର ବୃନ୍ଦାବନ ଯାଉଥିଲା । ତେବେ କୌଣସି ସମସ୍ୟା ଯୋଗୁଁ ବସ୍ ଏକ ପୋଲ ଉପରେ ଅଟକି ଯାଇଥିଲା । ଏତିକିବେଳେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ଠିଆ ହୋଇଥିବା ବସକୁ ଧକ୍କା ଦେଇଥିଲା ।

ଦୁର୍ଘଟଣାରୁ ବଞ୍ଚି ଯାଇଥିବା ଜଣେ ଯାତ୍ରୀ କହିଛନ୍ତି ଯେ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଗାଡିକୁ ଧକ୍କା ଦେବା ସମୟରେ ବସ୍ ଡ୍ରାଇଭର ଏବଂ କିଛି ଯାତ୍ରୀ ବସ୍ ପଛରେ ଠିଆ ହୋଇଥିଲେ। ବସ୍ ବାହାରେ ଠିଆ ହୋଇଥିବା ଲୋକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ଆଉ କିଛି ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ପୋଲିସ ମାମଲା ରୁଜୁ କରି ଦୁର୍ଘଟଣାର ତଦନ୍ତ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଓ ଆହତମାନଙ୍କୁ ୫୦,୦୦୦ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ।