ରାଜ୍ୟରେ ଆଉ ୫୭୩ କୋରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୬ | News Room Odisha

ରାଜ୍ୟରେ ଆଉ ୫୭୩ କୋରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୬

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୫୭୩ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରେ।।ନାର ଦ୍ୱିତୀୟ ଲହରୀରେ ଏହା ହେଉଛି ରାଜ୍ୟରେ ସର୍ବାଧିକ ଦୈନିକ ସଂକ୍ରମଣ । ସଂଗରୋଧରୁ ୩୩୭ ଓ ସ୍ଥାନୀୟ ଅଂଚଳରୁ ୨୩୬ ଜଣ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୮୦, ନୂଆପଡାରୁ ୬୦, ବରଗଡରୁ ୪୩, ଝାରସୁଗୁଡାରୁ ୩୯, ଅନୁଗୁଳରୁ ୩୨, କଟକରୁ ୨୮ ଓ କଳାହାଣ୍ଡି ଜିଲ୍ଲାରୁ ୨୪ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିରରୁ ୨୦, ରାୟଗଡାରୁ ୧୬, ମୟୂରଭଞ୍ଜରୁ ୧୩, ବାଲେଶ୍ୱରରୁ ୧୧, କେନ୍ଦୁଝର ଓ ଗଂଜାମ ଜିଲ୍ଲାରୁ ୮ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

COVID-19