ପିପିଲି ଉପନିର୍ବାଚନ : ୮୦ ବର୍ଷରୁ ଅଧିକ ବୟସ୍କ ଓ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ପହଂଚିଲା ପୋଷ୍ଟାଲ ବ୍ୟାଲଟ | News Room Odisha

ପିପିଲି ଉପନିର୍ବାଚନ : ୮୦ ବର୍ଷରୁ ଅଧିକ ବୟସ୍କ ଓ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ପହଂଚିଲା ପୋଷ୍ଟାଲ ବ୍ୟାଲଟ

ଭୁବନେଶ୍ୱର- ପିପିଲି ଉପନିର୍ବାଚନ ପାଇଁ ପୋଷ୍ଟାଲ ବ୍ୟାଲଟ ପହଂଚିଛି । ୮୦ ବର୍ଷରୁ ଅଧିକ ବୟସ୍କ ଓ ଦିବ୍ୟାଙ୍ଗ ଭୋଟରଙ୍କ ପୋଷ୍ଟାଲ ବ୍ୟାଲଟ୍ ବ୍ୟବହାର କରି ମତାଧିକାର ସାବ୍ୟସ୍ତ କରିବେ । ପିପିଲିରେ ୮ ହଜାର ୨୧୨ ଜଣ ବୟସ୍କ ଓ ଦିବ୍ୟାଙ୍ଗ ଭୋଟର ଅଛନ୍ତି । ୧ ହଜାର ୭୭ ଜଣ ପୋଷ୍ଟାଲ ବ୍ୟାଲଟରେ ଭୋଟ ଦେବା ପାଇଁ ସମ୍ମତି ପ୍ରଦାନ କରିସାରିଛନ୍ତି । ୧୦୭୭ ଜଣଙ୍କ ମଧ୍ୟରୁ ଡେଲାଙ୍ଗରେ ୭୧୨ ଓ ପିପିଲିରେ ୩୬୫ ଜଣ ୮୦ ବର୍ଷରୁ ଅଧିକ ବୟସ୍କ ଓ ଦିବ୍ୟାଙ୍ଗ ଭୋଟର ଅଛନ୍ତି ।