ମାଓବାଦୀ ଆକ୍ରମଣରେ ସହିଦ ଓଡିଆ ଯବାନ ସୁବାସ ନାଏକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି | News Room Odisha

ମାଓବାଦୀ ଆକ୍ରମଣରେ ସହିଦ ଓଡିଆ ଯବାନ ସୁବାସ ନାଏକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର- ଛତିଶଗଡର ସୁକମାରେ ମାଓବାଦୀଙ୍କ ସହ ଲଢି ସହିଦ ହୋଇଥିବା ଓଡିଆ ବୀର ଯବାନ ସୁବାସ ନାଏକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କର ସାହସ, ପରାକ୍ରମ ଓ ବଳିଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି । ସହିଦ ସୁବାସ ନାଏକଙ୍କ ପରିବାରବର୍ଗଙ୍କ ପ୍ରତି ସେ ସମବେଦନା ଜଣାଇବା ସହ ତାଙ୍କର ଅମର ଆତା୍ମର ସଦଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ