କନ୍ଧମାଳ ଜିଲ୍ଲାରେ ନକ୍ସଲ ବିରୋଧୀ ମିଳିତ ଅପରେସନ ଜୋରଦାର | News Room Odisha

କନ୍ଧମାଳ ଜିଲ୍ଲାରେ ନକ୍ସଲ ବିରୋଧୀ ମିଳିତ ଅପରେସନ ଜୋରଦାର

ଫୁଲବାଣୀ – କନ୍ଧମାଳ ଜିଲ୍ଲାରେ ନକ୍ସଲ ବିରୋଧୀ ଅଭିଯାନ ତୀବ୍ର କରାଯାଇଛି । ନକ୍ସଲଙ୍କ ଉପସ୍ଥିତି ନେଇ ନିର୍ଭରଯୋଗ୍ୟ ସୂଚନା ମିଳିଲା ପରେ ଏସଓଜି ଓ ଡିଭିଏଫ ପକ୍ଷରୁ ଗତ ୪ ତାରିଖରେ ଗୋଚ୍ଛଡା ଥାନା ଅନ୍ତର୍ଗତ କଲମପଡା ଗାଁରେ ମିଳିତ ଅପରେସନ ଆରମ୍ଭ କରାଯାଇଥିଲା ।

୫ ତାରିଖ ସକାଳେ ନକ୍ସଲମାନେ ପୋଲିସ ଉପରେ ପ୍ରବଳ ଗୁଳିଗୋଳା ବର୍ଷଣ କରିଥିଲେ । ଆତ୍ମରକ୍ଷା ପାଇଁ ପୋଲିସ ସଂଯମ ରକ୍ଷା କରି ପାଲଟା ଗୁଳିଚାଳନା କରିବା ସହ ଆତ୍ମସମର୍ପଣ ପାଇଁ ନକ୍ସଲଙ୍କୁ କହିଥିଲା ।

ଘଂଚ ଜଙ୍ଗଲର ଓ ଦୁର୍ଗମ ଅଂଚଳର ଫାଇଦା ନେଇ ନକ୍ସଲମାନେ ଖସି ପଳାଇବାରେ ସଫଳ ହୋଇଥିବା କନ୍ଧମାଳ ଏସପି ବୀନିତ ଅଗ୍ରୱାଲ ପ୍ରେସମିଟରେ ସୂଚନା ଦେଇଛନ୍ତି ।

ତେବେ,ନକ୍ସଲଙ୍କ ଆଡ୍ଡାରୁ ବିପୁଳ ପରିମାଣର ଆପତ୍ତିଜନକ ସାମଗ୍ରୀ ଓ ମାଓ ସାହିତ୍ୟ ଜବତ କରାଯାଇଛି । ସଂପୃକ୍ତ ଅଂଚଳରେ ମିଳିତ ଅଭିଯାନ ଜାରି ରହିଥିବା ଏସପି କହିଛନ୍ତି ।