ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ନବମ ଓ ଏକାଦଶ ଶ୍ରେଣୀ ପାଠପଢା ଏପ୍ରିଲ ୩୦ ଯାଏଁ ବନ୍ଦ | News Room Odisha

ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ନବମ ଓ ଏକାଦଶ ଶ୍ରେଣୀ ପାଠପଢା ଏପ୍ରିଲ ୩୦ ଯାଏଁ ବନ୍ଦ

ଭୁବନେଶ୍ୱର- ସାଂପ୍ରତିକ କୋରୋନା ସଂକ୍ରମଣ ଦୃଷ୍ଟିରୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ନବମ ଓ ଏକାଦଶ ଶ୍ରେଣୀ ପାଠପଢା ଏପ୍ରିଲ ୩୦ ତାରିଖ ଯାଏଁ ବନ୍ଦ ରହିବ । ଏହି ଶ୍ରେଣୀର ହଷ୍ଟେଲ ଅନ୍ତବାସୀଙ୍କୁ ଘରକୁ ଫେରିଯିବାକୁ ପରାମର୍ଶ ଦିଆଯାଇଛି । ତେବେ ମ୍ୟାଟ୍ରିକ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଏପ୍ରିଲ ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।