ଓଡିଶାକୁ ୧୦ ଦିନ ପାଇଁ ଆଗୁଆ ଟିକା ଯୋଗାଇବାକୁ ଦାବି କଲେ ମୁଖ୍ୟମନ୍ତ୍ରୀ | News Room Odisha

ଓଡିଶାକୁ ୧୦ ଦିନ ପାଇଁ ଆଗୁଆ ଟିକା ଯୋଗାଇବାକୁ ଦାବି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- କୋରୋନା ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସହ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାକୁ ୧୦ ଦିନ ପାଇଁ ଆଗୁଆ ଟିକା ଦେବାକୁ ଦାବି କରିଛନ୍ତି । ୫ ଲକ୍ଷ ଟିକା ଦେବାକୁ ସେ ଦାବି କରିଛନ୍ତି । ଏହାଛଡା ଏସଡିଆରଏଫ୍ ପାଣ୍ଠିର ୫୦ ପ୍ରତିଶତ ଖର୍ଚ୍ଚ ନେଇ ଏ ବର୍ଷ ବି ଅନୁମତି ଦେବାକୁ ବୈଠକରେ କହିଛନ୍ତି ନବୀନ ପଟ୍ଟନାୟକ । ଇସିଆରପିରେ ୪ ଶହ କୋଟି ଦାବି କରିଥିଲା ଓଡିଶା । ମାତ୍ର ରାଜ୍ୟକୁ ୧୪୬ କୋଟି ହିଁ ମିଳିଛି ବୋଲି ନବୀନ କହିଛନ୍ତି । ସଂକ୍ରମଣ ବଢୁଥିବାରୁ ଅଗ୍ରୀମ ୩ ଶହ କୋଟି ଦେବାକୁ ଦାବି ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Chief Minister Naveen PatnaikCOVID-19Narendra Modi