ବଦଳିଲେ ୧୨ ରାଜ୍ୟର ରାଜ୍ୟପାଳ, ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରିଙ୍କ ଇସ୍ତଫା, ବିଶ୍ୱ ଭୂଷଣଙ୍କୁ ଛତିଶଗଡ଼ ଦାୟିତ୍ବ | News Room Odisha

ବଦଳିଲେ ୧୨ ରାଜ୍ୟର ରାଜ୍ୟପାଳ, ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରିଙ୍କ ଇସ୍ତଫା, ବିଶ୍ୱ ଭୂଷଣଙ୍କୁ ଛତିଶଗଡ଼ ଦାୟିତ୍ବ

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟର ରାଜ୍ୟପାଳଙ୍କ ଅଦଳବଦଳ କରିଛନ୍ତି କେନ୍ଦ୍ର ସରକାର । ୧୨ଟି ରାଜ୍ୟ ପାଇଁ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି । ଏହାଛଡ଼ା ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ନୂଆ ଉପରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି । ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରି ଏବଂ ଲଦାଖ ଉପରାଜ୍ୟପାଳ ରାଧା କୃଷ୍ଣ ମାଥୁରଙ୍କ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। କୋଶ୍ୟାରିଙ୍କ ସ୍ଥାନରେ ଝାଡଖଣ୍ଡର ରାଜ୍ୟପାଳ ରମେଶ ବୈସଙ୍କୁ ମହାରାଷ୍ଟ୍ରର ରାଜ୍ୟପାଳ କରାଯାଇଛି। ଅରୁଣାଚଳ ପ୍ରଦେଶ ରାଜ୍ୟପାଳ ବି.ଡି ମିଶ୍ରାଙ୍କୁ ଲଦାଖର ଉପରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଥିବା ବିଶ୍ୱ ଭୂଷଣ ହରିଚନ୍ଦନଙ୍କୁ ଛତିଶଗଡର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଛନ୍ତି।

ଏହାଛଡ଼ା ଅନ୍ୟ କିଛି ରାଜ୍ୟର ରାଜ୍ୟପାଳ ମଧ୍ୟ ବଦଳିଛନ୍ତି । ପୂର୍ବତନ ଅର୍ଥମନ୍ତ୍ରୀ ଶିବ ପ୍ରତାପ ଶୁକ୍ଲାଙ୍କୁ ହିମାଚଳ ପ୍ରଦେଶର ରାଜ୍ୟପାଳ, ରାଜସ୍ଥାନର ପ୍ରଭାବଶାଳୀ ନେତା ଗୁଲାବ ଚାନ୍ଦ କଟାରିଆଙ୍କୁ ଆସାମର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି।

ପୂର୍ବତନ ଜଷ୍ଟିସ ଏସ ଅବଦୁଲ ନାଜିର ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିବାବେଳେ ବିହାର ରାଜ୍ୟପାଳ ଫାଗୁ ଚୌହାନଙ୍କୁ ମେଘାଳୟର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ହିମାଚଳ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ବିହାରର ରାଜ୍ୟପାଳ ଦାୟିତ୍ୱ ଦିଆଯାଇଛି।

ଛତିଶଗଡର ରାଜ୍ୟପାଳ ଶ୍ରୀମତୀ ଅନୁସୁୟା ଉଇକେଙ୍କୁ ମଣିପୁରର ରାଜ୍ୟପାଳ କରାଯାଇଛି । ମଣିପୁରର ରାଜ୍ୟପାଳ ଲା ଗଣେଶ ମେଘାଳୟର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି । ଫାଗୁ ଚୌହାନ ମେଘାଳୟ ରାଜ୍ୟପାଳ ହୋଇଛନ୍ତି । ହିମାଚଳ ପ୍ରଦେଶର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ବିହାରର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି । ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ବ୍ରିଗେଡିୟର (ଅବସରପ୍ରାପ୍ତ) ବିଡି ମିଶ୍ରା ଲଦାଖର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବରେ ନିଯୁକ୍ତ ହୋଇଛନ୍ତି ।

ନବ ନିଯୁକ୍ତ ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କ କାର୍ଯ୍ୟକାଳ ଦାୟିତ୍ବ ଗ୍ରହଣ କରିବା ଦିନଠାରୁ ଲାଗୁ ହେବ |