ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟର ଆକାଉଂଟ୍ ହ୍ୟାକ୍ ହୋଇଛି । ଏହି ଆଂକାଉଟ୍ ତାଙ୍କ ବ୍ୟକ୍ତିଗତ ୱେବସାଇଟ୍ ସହ ଲିଙ୍କ୍ ହୋଇଥିଲା । ଏହି ଆକାଉଂଟରେ ତାଙ୍କର ୨୫ ଲ କ୍ଷରୁ ଅଧିକ ଫୋଲୋଅର୍ସ ଅଛନ୍ତି । ହ୍ୟାକ୍ କରିବା ପରେ ହ୍ୟାକର୍ସମାନେ ବିଟକଏନ ଦାବି କରିଥିଲେ । ଟ୍ୱିଟ୍ କରି କ୍ରିପ୍ଟୋ ମୁଦ୍ରା ମାଧ୍ୟମରେ ପିଏମ ଜାତୀୟ ରିଲିଫ ପାଂଠିକୁ ଦାନ କରିବାକୁ ଦାବି କରିଥିଲେ ହ୍ୟାକର୍ସ । ତେବେ, ପରେ ଏହି ଆଂକାଉଟ ଉଦ୍ଧାର ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ଆକାଉଂଟ୍ ହ୍ୟାକ୍ ହୋଇଥିବା କଥା ଟ୍ୱିଟର୍ ସ୍ୱୀକାର କରିଛି । ଘଟଣାର ଯାଂଚ ଚାଲିଥିବା ଟ୍ୱିଟର ମୁଖପାତ୍ର ନ୍ୟୁଜ ଏଜେନସୀ ରଏଟରକୁ କହିଛନ୍ତି ।