ବିହାର ବିଧାନସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ପ୍ରଚାର ଶେଷ, ଶେଷ ନିର୍ବାଚନ ଲଢୁଥିବା ନେଇ ନୀତୀଶଙ୍କ ଘୋଷଣା | News Room Odisha

ବିହାର ବିଧାନସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ପ୍ରଚାର ଶେଷ, ଶେଷ ନିର୍ବାଚନ ଲଢୁଥିବା ନେଇ ନୀତୀଶଙ୍କ ଘୋଷଣା

ପାଟନା – ବିହାର ବିଧାନସଭା ନିର୍ବାଚନ ପାଇଁ ତୃତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ପାଇଁ ଆଜି ସଂଧ୍ୟାରେ ପ୍ରଚାର ଶେଷ ହୋଇଛି । ଆସନ୍ତା ୭ ତାରିଖରେ ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାର ୭୮ଟି ଆସନର ଭୋଟ୍ ଗ୍ରହଣ କରାଯିବ ।

ରାଜ୍ୟର ୧୫ଟି ଜିଲ୍ଲାରେ ରହିଛି ଏସବୁ ଆସନ । ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ସବୁ ପ୍ରମୁଖ ଦଳ ଜୋରଦାର ପ୍ରଚାର କରିଛନ୍ତି । ଶେଷ ପର୍ଯ୍ୟାୟ ପ୍ରଚାରରେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାର ଏକ ବଡ ଧରଣର ଘୋଷଣା କରିଛନ୍ତି ।

ଚଳିତ ନିର୍ବାଚନ ତାଙ୍କ ରାଜନୈତିକ କ୍ୟାରିଅରର ଶେଷ ନିର୍ବାଚନ ବୋଲି ନୀତୀଶ କୁମାର ଘୋଷଣା କରିଛନ୍ତି । ପୂର୍ଣ୍ଣିୟାରେ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି ନୀତୀଶ ଜନସାଧାରଣଙ୍କଠାରୁ ଆଶୀର୍ବାଦ ଲୋଡିଛନ୍ତି ।

Bihar CM Nitish KumarBihar Elections