ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର
- କେନ୍ଦ୍ରଠାରୁ ୧୧୦୦ କୋଟି ଟଙ୍କାର ବନ୍ୟା ସହାୟତା ଦାବି କଲେ ରାଜ୍ୟ ସରକାର, ବନ୍ୟା ପରବର୍ତୀ ପଦକ୍ଷେପ ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ରୀୟ ଦଳର ପ୍ରଶଂସା
- କୋଭିଡ ମୁକାବିଲା : ରାଜ୍ୟରେ ଏ ଯାଏଁ ୧୦୦୦ରୁ ଅଧିକ ରୋଗୀଙ୍କ ଦିଆଯାଇଛି ପ୍ଲାଜମା…ଡୋନରଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
- ସୋନପୁର ଜିଲ୍ଲାରେ କ୍ରୀଡା ଭିତିଭୂମିର ଉନ୍ନତି ଉପରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗୁରୁତ୍ୱାରୋପ, ଜିଲ୍ଲା ଷ୍ଟାଡିୟମ ପରିଦର୍ଶନ
- ମୁଖ୍ୟମନ୍ତ୍ରୀଙ୍କ ଅସନ୍ତୋଷ ପରେ ତତ୍ପରତା, ଟ୍ୱିନ୍ ସିଟିରେ କୋଭିଡ ନିୟମ କଡାକଡି ଭାବେ ପାଳନ ପାଇଁ ଡିଜିପିଙ୍କ ବୈଠକ, ୩ଟି ଜୋନ୍ରେ ବିଭକ୍ତ ହେବ ରାଜଧାନୀ
- କୃଷି କ୍ଷେତ୍ରରେ ଉଦାରୀକରଣ ସଂପର୍କିତ ବିଲକୁ ବିରୋଧ, ମୋଦି ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଅକାଳୀ ଦଳ ନେତ୍ରୀ ହରସିମରତ କୌର
- ରାଜ୍ୟସଭାରେ ରାଜନାଥଙ୍କ ବିବୃତି : ଏଲଏସିରେ ଯଥାସ୍ଥିତି ପରିବର୍ତନ ପାଇଁ ଉଦ୍ୟମ ଗ୍ରହଣୀୟ ନୁହେଁ , ଲଦାଖରେ ଭାରତର ୩୮ ହଜାର ବର୍ଗ କିଲୋମିଟର ଅଂଚଳ ବେଆଇନ ଭାବେ କବଜା କରିଛି ଚୀନ୍
- ଏଲଏସିରେ ଚୀନ୍ ସେନାର ନୂଆ ଚାଲ୍, ଭାରତୀୟ ଯବାନଙ୍କ ଧ୍ୟାନ ହଟାଇବାକୁ ଲଗାଇଛି ଲାଉଡସ୍ପିକର୍, ବଜାଉଛି ପଂଜାବୀ ଗୀତ
- ଦେଶରେ କୋରୋନା ପଜିଟିଭଙ୍କ ସଂଖ୍ୟା ୫୧ ଲକ୍ଷ ପାର, ଦିନକରେ ରେକର୍ଡ ୯୭ ହଜାର ୮୯୪ ନୂଆ ମାମଲା
- ଆସନ୍ତାବର୍ଷ ପ୍ରାରମ୍ଭରେ ଦେଶରେ ଉପଲବ୍ଧ ହୋଇପାରେ କୋରୋନା ଟିକା : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ