ପୁରୀ ବେଳାଭୂମିକୁ ‘ବ୍ଲୁ ଫ୍ଲାଗ ବିଚ୍‌’ ମାନ୍ୟତା, ଟ୍ୱିଟ୍ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ | News Room Odisha

ପୁରୀ ବେଳାଭୂମିକୁ ‘ବ୍ଲୁ ଫ୍ଲାଗ ବିଚ୍‌’ ମାନ୍ୟତା, ଟ୍ୱିଟ୍ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ପୁରୀ- ପୁରୀ ବେଳାଭୂମିକୁ ‘ବ୍ଲୁ ଫ୍ଲାଗ ବିଚ୍‌’ ମାନ୍ୟତା ମିଳିଛି । ଡେନମାର୍କ ସ୍ଥିତ ଆନ୍ତର୍ଜାତିକ ସଂସ୍ଥା-ଏଫଇଇ ତରଫରୁ ଏହି ମାନ୍ୟତା ଦିଆଯାଇଛି । ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପରିବେଶ ନିୟମକୁ ଗୁରୁତ୍ୱ ଦିଆଯାଇ ଏଠାରେ ବିକାଶମୂଳକ କାମ କରାଯିବା ସହ ପର୍ଯ୍ୟଟକଙ୍କ ସୁବିଧାସୁଯୋଗ ପ୍ରତି ଧ୍ୟାନ ଦିଆଯାଇଛି । ତେଣୁ ଏହି ସମ୍ମାନଜନକ ମାନ୍ୟତା ମିଳିଛି ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଦିଗବାରେଣୀ ଖୁଂଟିଠାରୁ ମେ ଫେୟାର ହୋଟେଲ ବେଳାଭୂମି ଯାଏଁ ୮୬୦ ମିଟର ବ୍ୟାପ୍ତ ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ମିଳିଛି । ବେଳାମାର୍ଗକୁ ବ୍ଲୁ ଫ୍ଲାଗ୍ ବିଚ୍‌ ପାଇଁ ପ୍ରସ୍ତୁତ କରାଯାଇଛି । ଏଥିପାଇଁ ଏଠାରେ ସମସ୍ତ ସୁବିଧା ଖଂଜି ଦିଆଯାଇଛି ।ଏଥିପାଇଁ ସରକାର ୮ ଦଶମିକ ୫ କୋଟି ଟଙ୍କା ଖର୍ଚ କରିଛନ୍ତିା ବ୍ଲୁ ଫ୍ଲାଗ୍ ପାଇଁ ଆବଶ୍ୟକ ୩୩ଟି ଆବଶ୍ୟକତା ପୂରଣ କରାଯାଇଛି ।

Blue Flag CertificationCM Naveen PatnaikPuri Golden Beach