ସିସୋଦିଆଙ୍କ ଗିରଫ ପ୍ରତିବାଦରେ ଭୁବନେଶ୍ୱରରେ ଆପର ବିକ୍ଷୋଭ, ପ୍ରଧାନମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ | News Room Odisha

ସିସୋଦିଆଙ୍କ ଗିରଫ ପ୍ରତିବାଦରେ ଭୁବନେଶ୍ୱରରେ ଆପର ବିକ୍ଷୋଭ, ପ୍ରଧାନମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

ନୂଆଦିଲ୍ଲୀ: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫ ପ୍ରତିବାଦରେ ଆମ୍ ଆଦମୀ ପାର୍ଟି (ଆପ୍) ତରଫରୁ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଓଡ଼ିଶାରେ ମଧ୍ୟ ଆପ୍ କର୍ମୀ ରାସ୍ତାକୁ ଓହ୍ଲାଇଛନ୍ତି ।

ଭୁବନେଶ୍ୱରରେ ବିଜେପିର ରାଜ୍ୟ କାର୍ଯ୍ୟାଳୟ ବାହାରେ ଶତାଧିକ ଆପ୍ କର୍ମକର୍ତ୍ତା ବିରୋଧ ପ୍ରଦର୍ଶନ କରିଥିଲେ ।ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶ ପୁତ୍ତଳିକା ଦାହ କରିବା ସହ କେନ୍ଦ୍ର ସରକାର ବିରୋଧରେ ସ୍ଲୋଗାନ ଦେଇଥିଲେ।

ଆପ୍ ଓଡିଶା ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର କହିଛନ୍ତି ଯେ ମନୀଷ ସିସୋଦିଆଙ୍କୁ ମିଥ୍ୟା ମାମଲାରେ ଗିରଫ କରାଯାଇଛି। ମନୀଷ ଜଣେ ଏପରି ନେତା ଯିଏ ଦୁର୍ନୀତି ବିରୋଧରେ ଲଢି ଆସିଛନ୍ତି । ବିରୋଧୀଙ୍କୁ ଦୁର୍ବଳ କରିବା ପାଇଁ ଏହା କେନ୍ଦ୍ର ସରକାରଙ୍କ ଷଡଯନ୍ତ୍ର। ଏହା ଗଣତନ୍ତ୍ର ପାଇଁ ଭଲ ନୁହେଁ | ଦେଶର ସାଧାରଣ ଜନତା ବିଜେପିକୁ ଜବାବ ଦେବେ।

ମଦ ଦୁର୍ନୀତି ମାମଲାରେ ରବିବାର ସିସୋଦିଆଙ୍କୁ ୮ ଘଣ୍ଟା ଜେରା ପରେ ସିବିଆଇ ଗିରଫ କରିଥିଲା ।