ରଥ ନିର୍ମାଣ ପାଇଁ ଫାଶି କାଠ ଦାନ କରିଥିବା ଭକ୍ତଙ୍କୁ ‌ସମ୍ବର୍ଦ୍ଧିତ କଲା ଶ୍ରୀମନ୍ଦିର ପ୍ରଶାସନ | News Room Odisha

ରଥ ନିର୍ମାଣ ପାଇଁ ଫାଶି କାଠ ଦାନ କରିଥିବା ଭକ୍ତଙ୍କୁ ‌ସମ୍ବର୍ଦ୍ଧିତ କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ରଥ ନିର୍ମାଣ ପାଇଁ ଫାଶି କାଠ ଦାନ କରିଥିବା ଦାତା ମାନଙ୍କୁ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ନୀଳାଦ୍ରି ଭକ୍ତ ନିବାସ ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ 2020, 2021, 2022 ବର୍ଷ ପାଇଁ ସମୁଦାୟ 87 ଜଣ ଦାତାଙ୍କୁ ସମ୍ମାନିତ କରାଯାଇଛି।

ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ମାନ୍ୟବର ସଦସ୍ୟ ବୃନ୍ଦ ଏବଂ ପିସିସିଏଫ, ବନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।

ସମସ୍ତ ଦାତାଙ୍କୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ, ଧ୍ଵଜା, ମହାପ୍ରସାଦ ତଥା ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ବନ ବିଭାଗ ଅଧିକାରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ରଥ ନିର୍ମାଣ ପାଇଁ ଫାଶି କାଠ ଦାନକରି ମହାପ୍ରଭୁଙ୍କ ସେବା ଲାଭ ପାଇଁ ସମସ୍ତ ଦାତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ଏହା ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବ ଵୋଲି ଗଜପତି ମହାରାଜା ଆଶା ପ୍ରକାଶ କରିଥିଲେ। ସେହିପରି ସମସ୍ତ ଦାତାଙ୍କୁ ମୁଖ୍ୟ ପ୍ରଶାସକ ସାଧୁବାଦ ଜଣାଇଥିଲେ।