ରାଜ୍ୟରେ ୩ ହଜାର ଟପିଲା ଦୈନିକ କୋରୋନା ସଂକ୍ରମଣ, ଖୋର୍ଦ୍ଧାରୁ ସର୍ବାଧିକ ୫୩୪, ସୁନ୍ଦରଗଡରୁ ୫୨୩ | News Room Odisha

ରାଜ୍ୟରେ ୩ ହଜାର ଟପିଲା ଦୈନିକ କୋରୋନା ସଂକ୍ରମଣ, ଖୋର୍ଦ୍ଧାରୁ ସର୍ବାଧିକ ୫୩୪, ସୁନ୍ଦରଗଡରୁ ୫୨୩

ଭୁବନେଶ୍ୱର- ରାଜ୍ୟରେ ୩ ହଜାର ଟପିଛି ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା । ମହାମାରୀର ଦ୍ୱିତୀୟ ଲହରରେ ପ୍ରଥମ ଥର ପାଇଁ ଦୈନିକ କୋରୋନା ସଂକ୍ରମଣ ୩ ହଜାର ଟପିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩ ହଜାର ୧୦୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧ ହଜାର ୮୦୬ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୩୦୨ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୩୪, ସୁନ୍ଦରଗଡରୁ ୫୨୩, ନବରଙ୍ଗପୁରରୁ ୧୫୬, କଟକରୁ ୧୬୩, ନୂଆପଡାରୁ ୧୪୦, ସମ୍ବଲପୁରରୁ ୧୫୩, ପୁରୀରୁ ୧୧୪, କେନ୍ଦୁଝରରୁ ୧୦୫, ବାଲେଶ୍ୱରରୁ ୧୫୧, ବରଗଡରୁ ୧୩୨, ବଲାଙ୍ଗିରରୁ ୧୩୩, ଝାରସୁଗୁଡାରୁ ୮୯, ଯାଜପୁରରୁ ୭୫, ମୟୂରଭଂଜରୁ ୭୧, ଗଂଜାମରୁ ୫୫, କଳାହାଣ୍ଡିରୁ ୫୫, ଭଦ୍ରକରୁ ୫୩, ସୋନପୁରରୁ ୪୩ ଓ ରାୟଗଡାରୁ ୩୮ ପଜିଟିଭ ଚିହ୍ନଟ ହୋଇଛନ୍ତି ।

COVID-19