କୋରୋନା ସଂକ୍ରମଣ ଦୃଷ୍ଟିରୁ ଶ୍ରୀମନ୍ଦିର ପ୍ରଶାସନର ନୂଆ କଟକଣା, ରାଜ୍ୟ ବାହାର ଭକ୍ତଙ୍କ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ, ଦୁଇ ଦିନ ବନ୍ଦ ରହିବ ଶ୍ରୀମନ୍ଦିର | News Room Odisha

କୋରୋନା ସଂକ୍ରମଣ ଦୃଷ୍ଟିରୁ ଶ୍ରୀମନ୍ଦିର ପ୍ରଶାସନର ନୂଆ କଟକଣା, ରାଜ୍ୟ ବାହାର ଭକ୍ତଙ୍କ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ, ଦୁଇ ଦିନ ବନ୍ଦ ରହିବ ଶ୍ରୀମନ୍ଦିର

ଭୁବନେଶ୍ୱର- କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କ ପାଇଁ କିଛି କଟକଣା ଜାରି କରାଯାଇଛି । ଏଣିକି ରାଜ୍ୟ ବାହାର ଭକ୍ତଙ୍କ ପାଇଁ ଆରଟିପିସିଆର୍ ନେଗେଟିଭ ରିପୋର୍ଟ ପ୍ରଦାନ ବାଧ୍ୟତାମୂଳକ କରାଯାଇଛି । ନଚେତ ଦ୍ୱିତୀୟ ପର୍ଯ୍ୟାୟ ଟିକା ନେଇଥିବା ବାଧ୍ୟତାମୂଳକ । ଏହାର ସାର୍ଟିଫିକେଟ ଦେଖାଇବାକୁ ପଡିବ । ଭକ୍ତମାନେ ଶ୍ରୀମନ୍ଦିର ବାହାର କାଠ ନିକଟରୁ ଦର୍ଶନ କରିବେ । ଏଣିକି ପ୍ରତି ଶନିବାର ଓ ରବିବାର ଦୁଇ ଦିନ ସାଧାରଣ ଦର୍ଶନାର୍ଥୀଙ୍କ ଲାଗି ବନ୍ଦ ରହିବ ଶ୍ରୀମନ୍ଦିର । ଆସନ୍ତା ୨୪ ତାରିଖରୁ ଲାଗୁ ହେବ ନୂଆ କଟକଣା । କୋରୋନା ସଂକ୍ରମଣ ବୃଦ୍ଧି ନେଇ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ଡକ୍ଟର କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଏଥିରେ ଛତିଶା ନିଯୋଗର ସଦସ୍ୟ, ପୁରୀ ଜିଲ୍ଲାପାଳ ଓ ଏସପି ପ୍ରମୁଖ ଯୋଗ ଦେଇଥିଲେ ।