ବିଜେପି ନେତାଙ୍କ ହତ୍ୟା ମାମଲାରେ ୧୫ ପିଏଫ୍ଆଇ ସଦସ୍ୟଙ୍କୁ ମୃତ୍ୟୁଦଣ୍ଡ | News Room Odisha

ବିଜେପି ନେତାଙ୍କ ହତ୍ୟା ମାମଲାରେ ୧୫ ପିଏଫ୍ଆଇ ସଦସ୍ୟଙ୍କୁ ମୃତ୍ୟୁଦଣ୍ଡ

ଥିରୁଭନନ୍ତପୁରମ: ଜଣେ ବିଜେପି ନେତାଙ୍କ ହତ୍ୟା ମାମଲାରେ କେରଳର ଏକ କୋର୍ଟ ମଙ୍ଗଳବାର ୧୫ ଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି । ଏହି ସମସ୍ତ ଦୋଷୀ ନିଷିଦ୍ଧ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ)ର ସଦସ୍ୟ । ଶନିବାର ଏହି ୧୫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ।

ସୂଚନାନୁସାରେ, ଏହି ହତ୍ୟା ମାମଲାରେ ୮ ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବାବେଳେ ଅବଶିଷ୍ଟ ଅଭିଯୁକ୍ତ ଅପରାଧିକ ଷଡ଼ଯନ୍ତ୍ର ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିଲେ ।

୧୯ ଡିସେମ୍ବର ୨୦୨୧ରେ କେରଳର ବିଜେପି ଓବିସି ମୋର୍ଚ୍ଚାର ସମ୍ପାଦକ ରଞ୍ଜିତ ଶ୍ରୀନିବାସନଙ୍କୁ ହତ୍ୟା କରାଯାଇଥିଲା। ହତ୍ୟାକାରୀମାନେ ତାଙ୍କ ପରିବାର ସଦସ୍ୟଙ୍କ ସମ୍ମୁଖରେ ଆଲାପୁଜାସ୍ଥିତ ତାଙ୍କ ଘରେ ଏହି ବିଭତ୍ସ କାଣ୍ଡ ଘଟାଇଥିଲେ । ସମସ୍ତ ଅଭିଯୁକ୍ତ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ଓ ସୋସିଆଲ୍ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ (ଏସଡିପିଆଇ) ସହ ଜଡିତ ଥିଲେ।