ଦେଶର କୋଭିଡ ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ନବୀନ | News Room Odisha

ଦେଶର କୋଭିଡ ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ୱର-ଦେଶର କୋଭିଡ ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି । କୋରୋନା ସଂକ୍ରମଣ ଯୋଗୁଁ ଦେଶରେ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି ହୋଇ ଛି । ଏହାର ମୁକାବିଲା ପାଇଁ ଓଡ଼ିଶା ଜାତୀୟ ସ୍ତରରେ ସବୁ ପ୍ରକାର ସହଯୋଗ କରିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି । ଜରୁରୀ ସ୍ଥିତିରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଅକ୍ସିଜେନ ବ୍ୟବସ୍ଥା ମଧ୍ୟ କରିବ ବୋଲି ନବୀନ ମୋଦିଙ୍କୁ ଜଣାଇଥିଲେ ।