ଉତ୍ତରାଖଣ୍ଡର ଚମୋଲିରେ ବଡ଼ ଅଘଟଣ, ଟ୍ରାନ୍ସଫର୍ମର ଫାଟି ୧୫ ମୃତ | News Room Odisha

ଉତ୍ତରାଖଣ୍ଡର ଚମୋଲିରେ ବଡ଼ ଅଘଟଣ, ଟ୍ରାନ୍ସଫର୍ମର ଫାଟି ୧୫ ମୃତ

ଉତ୍ତରାଖଣ୍ଡ ଚାମୋଲିରେ ନମାମି ଗଙ୍ଗେ ପ୍ରୋଜେକ୍ଟରେ ଘଟିଛି ବଡ଼ ଅଘଟଣ । ପ୍ରୋଜେକ୍ଟ ନିକଟରେ ଏକ ଟ୍ରାନ୍ସଫର୍ମର ଫାଟିଯିବାରୁ ଅତିକମରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି ଓ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି।

ଚାମୋଲି ଜିଲ୍ଲାର ଅଳକାନନ୍ଦା ନଦୀ କୂଳରେ ନମାମି ଗଙ୍ଗେ ପ୍ରୋଜେକ୍ଟ କାମ ଚାଲିଥିବା ବେଳେ ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଫାଟି ଯାଇଥିଲା । ଫଳରେ ଏକ ହାଇ ଟେନସନ୍ ତାର ଛିଣ୍ଡି ନିକଟସ୍ଥ ବ୍ରିଜରେ ପଡ଼ିବାରୁ ଏହାର ସଂସ୍ପର୍ଶରେ ଆସି ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ୪ ଜଣ ପୋଲିସ ଅଛନ୍ତି । ୧୪ ଜଣ ଗୁରୁତର ଆହତ ହୋଇଥିବା ଚମୋଲି ଏସପି ପରମେନ୍ଦ୍ର ଡୋଭାଲ ସୂଚନା ଦେଇଛନ୍ତି।

ସମସ୍ତ ଆହତଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ୍ୟୁକୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ଦୁର୍ଘଟଣା ପରେ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରହିଛି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।