ରୁଷ: କାଫେରେ ଅଗ୍ନିକାଣ୍ଡ, ୧୫ ମୃତ | News Room Odisha

ରୁଷ: କାଫେରେ ଅଗ୍ନିକାଣ୍ଡ, ୧୫ ମୃତ

ମସ୍କୋ: ରୁଷର କୋଷ୍ଟ୍ରୋମା ସହରର ଏକ କାଫେରେ ଅଗ୍ନିକାଣ୍ଡ ଘଟି ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଇମର୍ଜନ୍ସି ଅଧିକାରୀ କହିଛନ୍ତି ଯେ କାଫେରେ ସକାଳେ ଏକ ଝଗଡ଼ା ହୋଇଥିଲା । ଏହାପରେ କେହି ଜଣେ ଫ୍ଲେୟାର ଗନ୍ ବ୍ୟବହାର କରିବାରୁ କାଫେରେ ନିଆଁ ଲାଗି ଯାଇଥିଲା।

ଉଦ୍ଧାରକାରୀ ଦଳ ୨୫୦ ଲୋକଙ୍କୁ ବଞ୍ଚାଇଥିଲେ। କୋଷ୍ଟ୍ରୋମା ଉତ୍ତର ମସ୍କୋ ଠାରୁ ପ୍ରାୟ ୩୪୦ କିଲୋମିଟର ଦୂରରେ ଅବସ୍ଥିତ |

ନିଆଁ ଲାଗିବା ସମୟରେ କାଫେ ଛାତ ଭୁଶୁଡି ପଡିଥିବା ଅଧିକାରୀ କହିଛନ୍ତି। ସେ କହିଛନ୍ତି ଯେ ଏହି ଘଟଣାରେ ତଦନ୍ତ ଆରମ୍ଭ ହୋଇଛି ଏବଂ ଫ୍ଲେୟାର ବନ୍ଧୁକ ବ୍ୟବହାର କରିଥିବା ବ୍ୟକ୍ତିଙ୍କୁ ପୋଲିସ ଖୋଜୁଛି ।