ତିନି ବର୍ଷ ପାଇଁ ଜାତୀୟ ରଗବୀ ଦଳର ପ୍ରାୟୋଜକ ହେଲେ ଓଡିଶା ସରକାର | News Room Odisha

ତିନି ବର୍ଷ ପାଇଁ ଜାତୀୟ ରଗବୀ ଦଳର ପ୍ରାୟୋଜକ ହେଲେ ଓଡିଶା ସରକାର

 

ଭୁବନେଶ୍ୱର – ହକି ପରେ ଏବେ ଜାତୀୟ ରଗବୀ ଦଳର ମଧ୍ୟ ପ୍ରାୟୋଜକ ହୋଇଛନ୍ତି ଓଡିଶା ସରକାର । ତିନି ବର୍ଷ ପାଇଁ ଭାରତର ରଗ୍‌ବୀ ଦଳର ପ୍ରାୟୋଜକ ହେବେ ରାଜ୍ୟ ସରକାର । ଏ ନେଇ ରଗବୀ ଇଣ୍ଡିଆ ସହ ଚୁକ୍ତି ସ୍ୱାକ୍ଷର କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ଭାରତୀୟ ହକି ଦଳର ମଧ୍ୟ ପ୍ରାୟୋଜକ ହୋଇ ରହିଛି ଓଡିଶା । ଏହି ଚୁକ୍ତି ଫଳରେ ପ୍ରତିଭାଙ୍କୁ ବିକଶିତ ହେବାର ଭଲ ସୁଯୋଗ ମିଳିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।